ଏଣିକି ମହିଳାମାନେ କରିବେ ନାଇଟ୍ ସିଫ୍ଟ, ଅନୁଷ୍ଠାନରେ ଦେବାକୁ ପଡିବ ସହମତି ପତ୍ର

Published By : Prameya-News7 Bureau | August 04, 2025 IST

ଭୁବନେଶ୍ୱର ୦୪।୦୮ : ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନ କିମ୍ବା ବ୍ୟବସାୟିକ କେନ୍ଦ୍ରରେ କାର୍ଯ୍ୟ କରିପାରିବେ । ଏଥିପାଇଁ ମହିଳାମାନେ ନିଜସ୍ୱ ସହମତି ପତ୍ର ଦେବାକୁ ପଡିବ । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । 

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନ କିମ୍ବା ବ୍ୟବସାୟିକ କେନ୍ଦ୍ରରେ କାର୍ଯ୍ୟ କରିପାରିବେ । ଯଦି ରାତିରେ ମହିଳାମାନେ କାର୍ଯ୍ୟ କରିବାକୁ ଚାହିଁବେ, ତେବେ ସେଥିପାଇଁ ମହିଳାମାନେ ପ୍ରଥମେ ନିଜସ୍ୱ ସହମତି ପତ୍ର ଦେବାକୁ ପଡିବ । ମହିଳାମାନେ ଯେଉଁଠାରେ କାମ କରିବାକୁ ଚାହିଁବେ, ସେଠାରେ ଅତିକମ୍‌ରେ ୩ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଥିବେ । ଏହାବ୍ୟତୀତ କାର୍ଯ୍ୟସ୍ଥଳୀରେ ନାରୀ ନିଯୁକ୍ତି କର୍ତ୍ତା ରହୁଥିବେ । ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.